
କେନ୍ଦୁଝର, ଆଜି ଭୋର୍ ସମୟରେ ସଦର ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ବଡ଼ପଶି ଗ୍ରାମ ନିକଟରେ ଛିଡା ହୋଇଥିବା ଏକ ଟ୍ରକ୍ ହଠାତ୍ ହୁତୁ ହୁତୁ ହୋଇ ଜଳି ଯାଇଥିବାର ଦେଖିବାକୁ ମିଳିଥିଲା । ହଠାତ୍ ଟ୍ରକ୍ ରେ ନିଆଁ ଲାଗିବାର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ତେବେ ଏହି ଦୁର୍ଘଟଣାରୁ ଡ଼୍ରାଇଭର ଓ ହେଲପର ସୁରକ୍ଷିତ ରହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରୀ ରଖିଛି ।