
ଗଞ୍ଜାମ,ଗଞ୍ଜାମ ଜିଲ୍ଲାରେ ୭୫ ଟି ପଚାଂୟତରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗୃପ୍ ଯୋଗାଇବ ବ୍ୟାଙ୍କ ସେବା । ଜିଲ୍ଲାରେ ବ୍ୟାଙ୍କ ନଥିବା ପଚାଂୟତ ଗୁଡିକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ବ୍ୟାଙ୍କ ପ୍ରତିନିଧି ଭାବେ ନିୟୋଜିତ କରି ବ୍ୟାଙ୍କିଂ ସେବା ଯୋଗାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବ୍ୟାଙ୍କ ନଥିବା ୭୫ଟି ପଚାଂୟତରେ ଏସଏଚଜି ମହିଳା ମାନଙ୍କୁ ବ୍ୟାଙ୍କ ପ୍ରତିନିଧି ଭାବେ ନିଯୁକ୍ତ କରି ବ୍ୟାଙ୍କିଂ ସେବା ଯୋଗାଣ ନିମନ୍ତେ ଚିହ୍ନଟ ହୋଇଛି । ଚୟନ କରାଯାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ପ୍ରକାର ଆନୁସଙ୍ଗିକ ସାମଗ୍ରୀ (ଆଧାର କାର୍ଡ଼, ଆଖି, ଆଙ୍ଗୁଳି ଛାପ, ଯାଂଚ୍ କରିବା ଯନ୍ତ୍ର, ମାଇକ୍ରୋ ପ୍ରିଂଟର ଇତ୍ୟାଦି) ପ୍ରଦାନ କରିଛନ୍ତି । ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଶାସ୍ୱତ କୁମାର ସାହୁ ଏହାର ବ୍ୟବହାର ଓ ଉପକାରିତା ନେଇ ମହିଳା ଗୋଷ୍ଠୀ ମାନଙ୍କୁ ସଚେତନ କରିଛନ୍ତି ।