ଯୋଡା : ଦିନେ ଗାଁକୁ କବଳିତ କରିଥିଲା ମଦର ନିଶା । ପରିବାରରେ କଳହ ଓ ଅଶାନ୍ତି ବଢି ଚାଲିଥିିଲା । ମଦ ପିଇ ଲୋକେ ପ୍ରାଣ ବି ହରାଉଥିଲେ । ଯୋଡା ଖଣି ଅଂଚଳରେ ଥିବା ଗାଁର ଏଭଳି ସ୍ଥିତି ଦେଖି ମଦ ବିରୋଧୀ ଆନ୍ଦୋଳନ କରିଥିଲେ କିଛି ସ୍ୱେଚ୍ଛାସେବୀ । ଘର ଘର ବୁଲି ଲୋକଙ୍କୁ ମଦ ବିରୋଧରେ ମତେଇଲେ, ଆଉ ନିଜ ଅଂଚଳକୁ ମଦ ମୁକ୍ତ ଅଂଚଳ କଲେ ।
ମଦ କବଳରୁ ନିଜ ଗାଁକୁ ମୁକ୍ତ କରି ଉତମ ବାତାବରଣରେ ଜୀବନ ଯାପନ କରିବା ପାଇଁ ଅଂଟା ଭିଡିଛି ଗାଁ କମିଟି । ଅସମ୍ଭବକୁ ସମ୍ଭବ କରିଛି ଗ୍ରାମବାସୀଙ୍କ ଏକତା । ମଦ ପିଇ ୨ ବର୍ଷରେ ୧୦୦ ଜଣଙ୍କ ମୃତ୍ୟୁ ପରେ ପରିବାରର ଦୁର୍ଦ୍ଦଶା ବଢୁଥିଲା । ସେପଟେ ଅଣାୟତ ହୋଇପଡୁଥିଲା ମଦ୍ୟପାନ ଜନିତ ଅତ୍ୟାଚାର । ମଦ, କାହା ସିନ୍ଥିର ସିନ୍ଦୁର ପୋଛି ଦେଇଛି, ତ କାହାକୁ ଅନାଥ କରି ଦେଇଛି । କେନ୍ଦୁଝର ଯୋଡା ବ୍ଲକ ଉଚ୍ଚବାଲି ଗାଁରେ ଅତୀତକୁ ପୁନାରବୃତି ନକରିବା ପାଇଁ ସ୍ୱେଚ୍ଛାସେବୀ ସଂଜୟ ବାରିକ ଉଦ୍ୟମ ଚଳାଇଛନ୍ତି । ଗାଁର କିଛି ଲୋକଙ୍କୁ ଏକାଠି କରି ବାବା ଧବଳେଶ୍ୱର କମିଟି ଗଠନ କରାଯାଇଛି । ଆଉ ଏହି କମିଟି ଅହରହ ମଦ ବିରୋଧରେ କାମ ଜାରି ରଖିଛି ।