ବାରିପଦା, ଓଡ଼ିଶାରୁ ଆଜି ଚିହ୍ନଟ ହୋଇଥିବା ୧୭୦ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ଏଥି ସହିତ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୩୭୨ରେ ପହଁଚିଛି । ସେହିପରି ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୨୦୧ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୭୯ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି । ଏହା ବ୍ୟତୀତ ଜିଲ୍ଲାରୁ କରୋନା ଭୂତାଣୁ ସଂକ୍ରମିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଅଦ୍ୟାବଧି ମୋଟ୍ ୯୨ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।