ନୂଆଦିଲ୍ଲୀ, ଡଃ ରାମ ମନୋହର ଲୋହିଆଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାନ ସ୍ଵତନ୍ତ୍ରସେନା ଏବଂ ସମାଜବାଦୀ ଚିନ୍ତକ ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସାଦର ଶ୍ରଦ୍ଧାଞ୍ଜଳି । ସେ ନିଜର ପ୍ରଖର ବୁଦ୍ଧି ଏବଂ ପ୍ରଗତିଶୀଳ ବିଚାର ଦ୍ଵାରା ଦେଶକୁ ନୂଆ ମାର୍ଗ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିଛନ୍ତି । ରାଷ୍ଟ୍ର ପ୍ରତି ତାଙ୍କର ଯୋଗଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଥିବ” ।