୬ଟି ରାଜ୍ୟ ଯଥା ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ଛତିଶଗଡ଼ ଓ ତାମିଲନାଡୁରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ମୋଟ ନୂଆ ମାମଲା (୪୦,୭୧୫)ରେ ଏହି ରାଜ୍ୟଗୁଡ଼ିକର ଭାଗ ୮୦.୯୦% ।ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ମାମଲା ଜାରି ରହିଛି ଏବଂ ଏଠାରେ ୨୪,୬୪୫ (୬୦.୫୩%) ନୂଆ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ଥିବା ପଞ୍ଜାବରେ ୨,୨୯୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୧,୬୪୦ ନୂଆ ମାମଲା ସାମ୍ନାକୁ ଆସିଛି ।