ଲାଭ :
ଦୁଇ ଦେଶ ମଧ୍ୟରେ ସୂଚନା, ଜ୍ଞାନ, ପ୍ରଯୁକ୍ତି ଓ ବିଜ୍ଞାନ ଆଧାରିତ ଅଭିଜ୍ଞତା ବିନିମୟକୁ ପ୍ରୋତ୍ସାହିତ କରିବା ସହିତ ମିଳିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ଏହି ଏମଓସି ସ୍ୱାକ୍ଷରିତ ହୋଇଛି। ଏମଓସିର ଲକ୍ଷ୍ୟ ହେଉଛି ଜଳ ଓ ଡେଲ୍ଟା ପରିଚାଳନା ତଥା ଜଳ ପ୍ରଯୁକ୍ତି କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ବିକଶିତ କରିବା।
ଏହି ଏମଓସି ଜଳ ସୁରକ୍ଷା, ଉନ୍ନତ ଜଳସେଚନ ସୁବିଧା ଓ ଜଳ ସମ୍ପଦ ବିକାଶରେ ସ୍ଥାୟିତ୍ବ ଲକ୍ଷ୍ୟ ହାସଲ କରିବାରେ ସହାୟତା କରିବା।
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ୨୦୧୯-୨୦ର ପ୍ରଗତି ସମ୍ପର୍କରେ କେନ୍ଦ୍ର କ୍ୟାବିନେଟକୁ କରାଗଲା ଅବଗତ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକକୁ ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ୨୦୧୯-୨୦ର ପ୍ରଗତି ସମ୍ପର୍କରେ ଅବଗତ କରାଯାଇଛି । ଏଥିରେ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁ ହାର (ଆଇଏମଆର), ୫ ବର୍ଷରୁ କମ୍ ଆୟୁର ଶିଶୁଙ୍କ ମୃତ୍ୟୁ ହାର (ୟୁଏମଆର) ଏବଂ ସାମଗ୍ରିକ ପ୍ରଜନନ ହାର (ଟିଏଫଆର) ହୋଇଥିବା ହ୍ରାସ ସଂପର୍କରେ ସୂଚୀତ କରାଯାଇଛି । ବୈଠକ ପରେ ବିଭିନ୍ନ ରୋଗ, ଯଥା, ଯକ୍ଷ୍ମା, ମ୍ୟାଲେରିଆ, କଳା ଜ୍ୱର, ଡେଙ୍ଗୁ, କୁଷ୍ଠ ରୋଗ ଏବଂ ବିଜାଣୁଜନିତ ହେପାଟାଇଟିସର ଉନ୍ମୁଳନ ସଂପର୍କୀତ କାର୍ଯ୍ୟକ୍ରମର ପ୍ରଗତି ସଂପର୍କରେ ମଧ୍ୟ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି ।
ବିବରଣୀ:
ମନ୍ତ୍ରିମଣ୍ଡଳକୁ ଏ ସଂପର୍କରେ ଅବଗତ କରାଯାଇଛି ଯେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୨୦୧୯-୨୦ ବର୍ଷରେ କରାଯାଇଥିବା ପ୍ରୟାସ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଛି ।
· ଶିଶୁମାନଙ୍କ କ୍ଷେତ୍ରରେ ହେଉଥିବା ମୃତ୍ୟୁହାର ସଂଖ୍ୟାକୁ ହ୍ରାସ କରିବା ଦିଗରେ ସାମାଜିକ ସଚେତନତା ଏବଂ କାର୍ଯ୍ୟପନ୍ଥା ଗ୍ରହଣ ସଂପର୍କୀତ କାର୍ଯ୍ୟକ୍ରମ (ଏସଏଏଏନଏସ) ପ୍ରୟାସ ଆରମ୍ଭ କରାଯାଇଛି ।
·ସୁରକ୍ଷିତ ମାତୃତ୍ୱ ଆସ୍ୱାସନ (ସୁଷମ) କାର୍ଯ୍ୟକ୍ରମ ଗର୍ଭବତୀ ମହିଳାମାନଙ୍କ ନିମନ୍ତେ ଆରମ୍ଭ କରାଯାଇଥିଲା ଯଦ୍ୱାରା ସେମାନଙ୍କୁ ସମ୍ମାନଜନକ ଏବଂ ଗୁଣାତ୍ମକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିବ ଏବଂ ସେଥିରେ ସେମାନଙ୍କୁ ଏଭଳି ସୁବିଧା ଯୋଗାଣରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଏହି ଯୋଜନାରେ ମାତୃତ୍ତବ ଏବଂ ନବଜାତ ଶିଶୁ ସଂପର୍କୀତ ବର୍ତ୍ତମାନ ପ୍ରଚଳିତ ଯୋଜନାଗୁଡ଼ିକୁ ସାମିଲ କରାଯାଇଛି ।
·ମିଡୱାଇଫେରୀ ସେବା ଯୋଜନାର ଉଦ୍ଦେଶ୍ୟ ହେଲା ପ୍ରସବ କରିବା ନିମନ୍ତେ ଉତ୍ତମ ପ୍ରଶିକ୍ଷିତ ନର୍ସମାନଙ୍କୁ ପ୍ରସ୍ତୁତ କରିବା ଯେଉଁଥିରେ ଇଣ୍ଟରନ୍ୟାସନାଲ କନଫେଡ଼େରେସନ୍ ଅଫ୍ ମିଡୱାଇଫ୍ସ (ଆଇସିଏମ)ର ଦିଶା ନିର୍ଦ୍ଦେଶ ଅନୁପାଳନ କରାଯାଉଛି । ଏହିଭଳି ଭାବେ ପ୍ରଶିକ୍ଷିତ ଧାଈମାନଙ୍କୁ ମହିଳାନ୍ମୁଖୀ, ପ୍ରଜନନ ସମ୍ପର୍କୀତ, ମାତୃତ୍ୱ ଏବଂ ନବଜାତ ଶିଶୁ ସ୍ୱାସ୍ଥ୍ୟ ଦେଖାଶୁଣା କରିବା ଭଳି ସେବା ପ୍ରଦାନ କରିବାକୁ ସମର୍ଥ ହୋଇପାରିବେ ।
· ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ଏବି- ଏଚଡବ୍ଲୁସି କାର୍ଯ୍ୟକ୍ରମ ଅଧୀନରେ ବିଦ୍ୟାଳୟ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ଆମ୍ବାସାଡର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଯଦ୍ୱାରା ସ୍କୁଲପିଲାମାନଙ୍କ ସକ୍ରିୟ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରାଯାଇପାରିବ ତଥା ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ପ୍ରେରଣା ଯୋଗାଯାଇପାରିବ ।
କ୍ରିୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ:
କ୍ରିୟାନ୍ୱୟନ ରଣନୀତି:
ଋାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କ୍ରିୟାନ୍ୱୟନ ରଣନୀତିର ଉଦ୍ଦେଶ୍ୟ ହେଲା ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରକୁ ଆର୍ଥିକ ଏବଂ ପ୍ରଯୁକ୍ତିଗତ ସହାୟତା ପ୍ରଦାନ କରିବା ଯଦ୍ୱାରା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ଜିଲ୍ଲା ସ୍ତରରେ ବିଶେଷ କରି ଗରିବ ଏବଂ ଅନ୍ୟ ବର୍ଗର ଲୋକଙ୍କ ନିକଟରେ ସହଜରେ ପହଞ୍ôଚପାରିବେ ତଥା ଅତି ସୁବିଧାରେ ଗୁଣାତ୍ମକ , ଉତ୍ତରଦାୟୀ ଏବଂ ପ୍ରଭାବୀ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇପାରିବେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଗ୍ରାମୀଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ଓ ଦେଖାଶୁଣା ସେବାରେ ଥିବା ଅଭାବକୁ ପୂରଣ କରିବା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣିବା, ମାନବ ସଂସାଧନର କୌଶଳକୁ ବୃଦ୍ଧି କରିବା ତଥା ଗ୍ରାମାଞ୍ଚଳ କ୍ଷେତ୍ରରେ ସେବାର ପହଞ୍ଚ ବ୍ୟବସ୍ଥାରେ ସୁଧାର ଆଣିବା । ଏଥିରେ ଆବଶ୍ୟକତା୍ର ଆଧାରିତ, ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ସଂସାଧନକୁ ପ୍ରଭାବୀ ଢ଼ଙ୍ଗରେ ଉପଯୋଗ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି ।
ଲକ୍ଷ୍ୟ:
· ଏମଏମଆରକୁ ହ୍ରାସ କରିବା ସହିତ ଏହାକୁ ୧/ ୧୦୦୦ ଜୀବିତ ଜନ୍ମହାର ପର୍ଯ୍ୟନ୍ତ ଆଣିବା
· ଆଇଏମଆରରେ ହ୍ରାସ ଘଟାଇବା ସହିତ ଏହାକୁ ୨୫/ ୧୦୦୦ ଜୀବିତ ଜନ୍ମହାର ପର୍ଯ୍ୟନ୍ତ ଆଣିବା
· ଟିଏଫଆରକୁ ହ୍ରାସ କରିବା ସହିତ ଏହାକ ୨.୧ ସ୍ତର ପର୍ଯ୍ୟନ୍ତ ଆଣିବା
· କୁଷ୍ଠ ରୋଗର ପ୍ରସାରକୁ ହ୍ରାସ କରିବା ସହିତ ଏହାକୁ ୧/ ୧୦୦୦ ବ୍ୟକ୍ତି ପର୍ଯ୍ୟନ୍ତ କମ୍ କରିବା ଏବଂ ସମସ୍ତ ଜିଲ୍ଲାରେ ଶୂନ୍ୟ ସ୍ତର ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ।
· ମ୍ୟାଲେରିଆରେ ପ୍ରତି ବର୍ଷ ହେବାକୁ ଥିବା ମୃତ୍ୟୁହାରକୁ ୧/ ୧୦୦୦ରୁ କମ୍ କରିବା
· -ସଂକ୍ରାମକ, ଅଣ- ସଂକ୍ରାମକ ରୋଗ, ବିଭିନ୍ନ ପ୍ରକାର କ୍ଷତ ଏବଂ ଦେଖାଦେଉଥିବା ଅନ୍ୟାନ୍ୟ ରୋଗର କାରଣ, ତଦଜନିତ ମୃତ୍ୟୁ ଏବଂ ସ୍ୱାସ୍ଥ୍ୟ ସମ୍ପର୍କୀତ ବ୍ୟାଧିକୁ ହ୍ରାସ କରିବା ନିମନ୍ତେ ପ୍ରୟାସ କରିବା ।
· ସ୍ୱାସ୍ଥ୍ୟ ଯତ୍ନ ଉପରେ ହେବାକୁ ଥିବା ବ୍ୟୟକୁ ପ୍ରତି ପରିବାରଙ୍କ ଅନୁସାରେ କମ୍ କରିବା
ଦେଶରେ ୨୦୨୫ ସୁଦ୍ଧା ଯକ୍ଷ୍ମା (ଟିବି) ମହାମାରୀକୁ ସମାପ୍ତ କରିବା
Related Stories
November 27, 2024
November 27, 2024