-
ନିଜ ଅଞ୍ଚଳରେ ଗୋଶାଳା ନିର୍ମାଣ ପାଇଁ ଦେଲେ ପ୍ରତିଶୃତି-ଶ୍ରୀ ମହାପାତ୍ର
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ବ୍ରହ୍ମଗିରି ବ୍ଲକ ଆଳିପଡ଼ା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ ରେ ଆସିଥିଲେ ଭାରତୀୟ ସନାତନ ଧର୍ମ ମଣ୍ଡଳର ଓଡିଶା ପ୍ରଦେଶ ଅଧ୍ୟକ୍ଷ ରାମକୃଷ୍ଣ ମହାପାତ୍ର |ଶ୍ରୀ ମହାପାତ୍ର ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ କରି କହିଥିଲେ ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ପୁରୀ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ଭଳି ପବିତ୍ର ଧାମ ରେ ଭବ୍ୟ ଗୋଶାଳା ଦେଖି ଗୋମାତା ଙ୍କୁ ଚାରା ପ୍ରଦାନ ପୂର୍ବକ ଆଶୀର୍ବାଦ ପ୍ରାପ୍ତି କରି ନିଜକୁ ଧନ୍ୟ ମନେ କରିଥିଲେ |ଗୋଶାଳା ରେ ପ୍ରସାଦ ସେବନ କରି କରିଥିଲେ|ଶ୍ରୀ ମହାପାତ୍ର ତାଙ୍କ ମନ୍ତବ୍ୟରେ କହିଥିଲେ ଆମର ଭାରତୀୟ ସଂସ୍କୃତି ସନାତନ ଧର୍ମରେ ଗୋମାତା ଙ୍କ ବିଶେଷ ସ୍ଥାନ ଅଟେ ଗୋମାତା ମାନଙ୍କ ସୁରକ୍ଷା ଆମର କର୍ତବ୍ୟ ବୋଲି ମତ ଦେଇଥିଲେ | ବିଶ୍ୱରେ ଯେତେ ଜୀବଜନ୍ତୁ ଅଛନ୍ତି ସେମାନଙ୍କର ମା ଗୋମାତା ବୋଲି କୁହାଯାଇଛି |ଏହି ଗୋମାତା ଙ୍କ ସଂରଂକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ସେ ନିଜ ଅଞ୍ଚଳରେ ଏକ ଗୋଶାଳା ନିର୍ମାଣ ପାଇଁ ଗୋବିନ୍ଦ ଗୋଧାମ ଗୋଶାଳାର ମୁଖ୍ୟ ତଥା ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ ଙ୍କୁ ପ୍ରତିଶୃତି ପ୍ରଦାନ କରିଛନ୍ତି ଶ୍ରୀ ମହାପାତ୍ର | ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଶ୍ରୀ ମହାପାତ୍ର ଙ୍କ ସହିତ ଆଲୋଚନା ସମୟରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ କହିଥିଲେ ଯେ ଓଡିଶା ର ପ୍ରତ୍ୟେକ ଜିଲ୍ଲାରେ ଭବ୍ୟ ଗୋଶାଳା ନିର୍ମାଣ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି | ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ଓ ଘରେ ଘରେ ଗୋମାତା ଙ୍କୁ ସୁରକ୍ଷା ଦିଆ ନଯିବ ସେ ପର୍ଯ୍ୟନ୍ତ ଗୋମାତା ଙ୍କ ସୁରକ୍ଷା ଓ ସରଂକ୍ଷଣ ଅସମ୍ଭବ |