ସିଦ୍ଧାନ୍ତୀ (ପୁରୋହିତ)ଙ୍କ ଗଣନା ଅନୁଯାୟୀ, ଆସନ୍ତା ୯ ତାରିଖ ଠାରୁ ଠାକୁରାଣୀ ଯାତ୍ରା ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବ । ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତି ସମୟରେ ଯାତ୍ରା ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସଂକ୍ରମଣକୁ ଏଡାଇବା ପାଇଁ ଏହି ଯାତ୍ରାରେ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କୁ ଯୋଗଦେବାକୁ ବାରଣ କରାଯାଇଛି । ସେହିପରି ଠାକୁରାଣୀଙ୍କ ଘଟ ସାହି ପରିକ୍ରମା କରିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି । ଶୁଭଖୁଂଟି ସ୍ଥାପନ ବେଳେ ଦେଶୀ ବେହେରା ପି. ଦୂର୍ଗାପ୍ରସାଦଙ୍କ ସମେତ ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେଡ଼ି ନେତା ସୁବାଷ ମହାରଣା, ଟି. ଗୋପୀ, ପି. ଆଶାରାଣୀଙ୍କ ସମେତ ବହୁସଂଖ୍ୟାରେ ଜନସାଧାରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ରହିଥିଲେ । ଗତକାଲି ରାତି ସାଢ଼େ ଗୋଟାଏ ସମୟରେ ଶୁଭଖୁଂଟି ସ୍ଥାପନ ହୋଇଥିଲା ।
Related Stories
November 23, 2024