
ଭୁୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତି ଅବସରରେ ଓଡିଶା ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରି ଗାନ୍ଧୀଜୀଙ୍କ ସମ୍ପର୍କରେ ସ୍ମୃତିଚାରଣ କରିବା ସହ ପୁରୀ ଷ୍ଟେସନ ଠାରେ ଥିବା ସ୍ମୃତି ସ୍ତମ୍ଭରେ ଗାନ୍ଧୀଜୀଙ୍କ ବିଷୟରେ ଉଲ୍ଲେଖ ଥିବା ଭ୍ରାମକ ତଥ୍ୟ ସମ୍ପର୍କରେ ଅନୁସନ୍ଧାନ କରାଇବାକୁ ବାଚସ୍ପତିଙ୍କୁ ରୁଲିଂ ଦେବା ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାôୟକ ସନ୍ତୋଷ ସିଂହ ସାଲୁଜା । ଶ୍ରୀ ସାଲୁଜା କହିଛନ୍ତି ଯେ ଏଥିରେ ଶ୍ରୀମନ୍ଦିରରେ ହରିଜନ ମାନଙ୍କର ପ୍ରବେଶ ନ ଥିବା କାରଣରୁ ଗାନ୍ଧୀଜୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସି ନ ଥିଲେ ବୋଲି ଉଲ୍ଲେଖ ରହିଛି । ତେବେ ସେ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ସମ୍ପର୍କରେ ମଧ୍ୟ ପ୍ରମାଣ ରହିଛି । ତେଣୁ ଏହା ଉପରେ ଅନୁସନ୍ଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେବାକୁ ଦାବି କରିଥିଲେ ଶ୍ରୀ ସାଲୁଜା ।