
ପୁରୀ,ପୁରୀ ଜିଲ୍ଲା ୧୧୦ ନଂ ପିପିଲି ବିଧାନସଭା ନିର୍ବାଚନମଣ୍ଡଳିରେ ଉପନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଏଥିପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଦାୟୀତ୍ୱରେ ରହିଛନ୍ତି । ସେଥିପାଇଁ ଏଡିଏମଙ୍କ କାର୍ଯ୍ୟାଳୟ ପରିସରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ କୌଣସି ସ୍ୱାଧିନ କିମ୍ବା ଦଳୀୟ ପ୍ରାର୍ଥୀ ଅପରାହ୍ନ ୧ଟା ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିନଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ମାର୍ଚ୍ଚ ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ନିମନ୍ତେ ଅବଧି ରହିଛି ।