
ଘଟଗାଁ,ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ପାଟଣା ଗ୍ରାମପଚାଂୟତର ଜିଆରଏସ୍ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି । ଭିଜିଲାନ୍ସର ତିନୋଟି ଟିମ୍ ଏହି ଚଢ଼ଉରେ ସାମିଲ୍ ହୋଇଛନ୍ତି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।