
ଭୁୁବନେଶ୍ୱର, ଧର୍ମର ଭେଦଭାବକୂ ଦୂର କରିବା ପାଇଁ ମହାତ୍ମା ଗାନ୍ଧୀ ସତତ ଚେଷ୍ଟିତ ଥିଲେ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏ ସଂପର୍କରେ ସଂକଳ୍ପ ଉପରେ ଆଲୋଚନା ବେଳେ ସେ ଏହା କହିଛନ୍ତି । ସେ କହିଛନ୍ତି ଯେ ତାଙ୍କର ଗୁରୁ ଗୋପାଳ କୃଷ୍ଣ ଗୋଖଲେଙ୍କ ପରାମର୍ଶରେ ସେ ସାରା ଭାରତ ସପତ୍ନିକ ବୁଲିଥିଲେ ଓ ସାରା ଭାରତର ବାସ୍ତବିକତାକୁ ଦେଖିଥିଲେ ଓ ଅନୁଭବ କରିଥିଲେ । ଏହାକୁ ନେଇ ସେ ତାଙ୍କର ସାମାଜିକ ଆଂଦୋଳନ କରିଥିଲେ । ଓଡିଶାକୁ ସେ ତାଙ୍କ ହୃଦୟରେ ସ୍ଥାନ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଅତନୁ ସବ୍ୟସାଚୀ ନାୟକ, ବିଷ୍ଣୁ ସେଠୀ, ପ୍ରମିଳା ମଲ୍ଲିକ, ମୋହନ ଚରଣ ମାଝୀ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁକେଶ ମହାଲିଙ୍ଗ, ତାରା ପ୍ରସାଦ ବାହିନୀପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।