
ବାଲେଶ୍ୱର,୧୬ ନଂ ଜାତୀୟ ରାଜପଥର ସିମୁଳିଆ ନିକଟରେ ଟ୍ରକ୍ ପଛରେ ଏକ କାର୍ ଧକ୍କା ଦେବା ଫଳରେ ୫ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିପରି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରୀ ରଖିଛି ।