
ବାଲେଶ୍ୱର,ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ କଲ୍ୟାଣୀ ହାଟୁଆଣୀ ଛକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ୪ ରୁ ୫ ଜଣ ଦୁର୍ବୃତ । ଧାରୁଆ ଅସ୍ତ୍ର ସାହାଯ୍ୟରେ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ଯୋଗୁଁ ଯୁବକ ଜଣକ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣାରେ ସ୍ଥାନୀୟ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି ।