
ଭୁବନେଶ୍ୱର, କରୋନା ସଂଖ୍ୟା ବଢୁଥିବା କାରଣରୁ ଏଥର ରାଜଧାନୀ ଭୁବନେଶ୍ୱରରେ ଦୋଳ ପୂର୍ଣ୍ଣିମା କୋଭିଡ୍ କଟକଣାରେ ପାଳନ ହେବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ନିର୍ଦେଶନାମା ଅନୁଯାୟୀ ଦୋଳ ଯାତ୍ରାରେ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିବ । ଯାତ୍ରାରେ ସାମିଲ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋଳ ବିମାନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଥିବା ଜଣା ପଡିଛି । ଦୋଳ ବିମାନ ଗଲାବେଳେ କୌଣସି ପ୍ରକାରର ବାଦ୍ୟଯନ୍ତ୍ର ବାଜି ପାରିବନି । ମେଲଣ ପଡ଼ିଆରେ ୫୦ରୁ ୬୦ ଜଣଙ୍କୁ ଅନୁମତି ମିଳିବ । ମେଲଣ ପଡ଼ିଆରେ ୬ ଫୁଟ୍ ଦୂରତା ବଜାୟ ରଖିବେ । କୋଭିଡ୍ କଟକଣାରେ ମନ୍ଦିରରେ ନୀତିକାନ୍ତି ପାଳନ କରାଯିବ । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣା ଭିତରେ ହୋଲି ଓ ମେଲଣ ଅନୁଷ୍ଠିତ ହେବ । ଗାଇଡଲାଇନ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଉଛି ।