
କେନ୍ଦ୍ରାପଡ଼ା- ଲକ୍ଷ୍ମୀପୂଜା କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ପ୍ରସିଦ୍ଧ ପୂଜା ଅବସରରେ ଶ୍ରୀ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ (ଶ୍ରୀମା)ଙ୍କ ମହତ ପ୍ରୟାସ ଜାରି ରିହିଛି । ସପ୍ତଦିନ ବ୍ୟାପି ଏହି ଗଣପର୍ବ ·ଲିବ । ଏଥିରେ ସମାଜରୁ କୁସଂସ୍କାର ଦୂର କରିବା, ସମାଜ ମଙ୍ଗଳ ଓ ଉତମ ଚରିତ୍ର ଗଠନ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ଏକ ଆଦର୍ଶ ଜିଲ୍ଲା ଭାବେ ଗଢି ଉଠିବାକୁ ସମସ୍ତଙ୍କର ଉଦ୍ୟମ ରହିବା ଆବଶ୍ୟକ । କାରଣ ଆମ କେନ୍ଦ୍ରାପଡା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କର ଅତି ପବିତ୍ର କ୍ଷେତ୍ର । ଏହି ପବିତ୍ର ମାଟିର କେତେ ଯେ ଐତିହ୍ୟ ରହିଛି । ସେଥିପାଇଁ ପୂଜା ମଣ୍ଡପରେ ତୁଳସୀ ବୃକ୍ଷ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ପ୍ରଦାନ କରୁଛନ୍ତି ଏବଂ ପୂଜା ମଣ୍ଡପମାନଙ୍କରେ ଗୀତାପାଠ, ଲକ୍ଷ୍ମୀ ପୁରାଣ, ବିଶ୍ୱଶାନ୍ତି ଓ ପୂଜା ମଣ୍ଡପର କର୍ମକର୍ତା, କେନ୍ଦ୍ରାପଡାବାସୀଙ୍କର ମଙ୍ଗଳ ଦୀର୍ଘାୟୁ ଓ ରୋଗମୁକ୍ତ ପାଇଁ ମହାମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ଦିବ୍ୟ ଜୀବନ ସଂଘ, ଶିବନନ୍ଦ ଆଶ୍ରମ ତରଫରୁ ଶ୍ରୀମାଙ୍କ ନିର୍ଦ୍ଦେଶ କ୍ରମେ କରାଯାଉଅଛି ଓ ପୂଜା କମିଟିମାନଙ୍କୁ ଅଶ୍ଳୀଳ ଗୀତ ନବଜାଇବାକୁ ଅନୁରୋଧ କରାଯାଉଅଛି । ଏହା ସହିତ ପରିବେଶ ସଫା ରଖିବା , ସହରରୁ ପ୍ଲାଷ୍ଟିକ ଓ ନିଷା ଦ୍ରବ୍ୟ ଧ୍ରୁମପାନ ନିଷେଧ କରିବାକୁ ମାଆ ଅନୁରୋଧ କରିଛନ୍ତି । ଏସବୁ କାର୍ଯ୍ୟକୁ ଯୋଗାଯୋଗ କରି ଅଧିକ ତ୍ୱରାନ୍ୱିତ କରୁଛନ୍ତି ଆଶ୍ରମର ସଦସ୍ୟ ଶ୍ରୀ ପ୍ରଦିପ୍ତ କୁମାର ମହାନ୍ତି ଏଥିରେ ସହେଯାଗ କରୁଚନ୍ତି ଶ୍ରୀଧର ରାଉତ, ସୁବାଷ ମହାପାତ୍ର, ଆଶ୍ରମର ବ୍ରହ୍ମ·ରୀ ନୃସିଂହ ଦାସ, ବିଦ୍ୟାଧର ପରିଡା, ଶଶିକାନ୍ତ ସାହୁ, ପୁଷ୍ପା ମହାନ୍ତି, ଗାୟତ୍ରୀ ସ୍ୱାଇଁ, ଶିବାନୀ, ପ୍ରମିଳା ବରାଳ, ଦ୍ରୌପଦୀ ରାଉତ, କମଳା ମହାନ୍ତି, ନୀର ନାୟକ, ମଞ୍ଜୁ ନାୟକ, ବାସନ୍ତୀ ମହାନ୍ତି, ଗୀତାଞ୍ଜଳୀ ସ୍ୱାଇଁ, ରୁଦ୍ରାଣୀ ମହାପାତ୍ର, ଶଶ୍ମିତା ଭଦ୍ର, ଚିତ୍ରା ସ୍ୱାଇଁ, ମମତା ଜେନା, ମିନତୀ ନାୟକ, ହେମ ମହାରଣା, ସରିତା ରଣା, ମଞ୍ଜୁ ସ୍ୱାଇଁ ।