
କେନ୍ଦୁଝର, ମୃତ୍ୟୁର ୭୨ ଘଂଟା ପରେ ମଧ୍ୟ ମୃତ ମହିଳାଙ୍କ ଶବ ସତ୍କାର ହୋଇପାରିନି । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଜାମବାହାଳି ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଫରେନସିକ୍ ଟିମ୍ ଆସିବ କହି ଶବ ବ୍ୟବଚ୍ଛେଦ ପାଇଁ ପଠାଇବାରେ ବିଳମ୍ବ କରୁଛି ପୋଲିସ । ଶନିବାର ଦିନ ଜାମବାହାଳି ଗ୍ରାମର ଏହି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଗତକାଲି ସେଠାରେ ପହଂଚିଥିଲା । ମୃତ ମହିଳାଙ୍କ ଦେହରେ କ୍ଷତଚିହ୍ନ ସହ ମୃତଦେହ ନିକଟରୁ ଭଙ୍ଗାଚୁଡ଼ି ମିଳିଥିଲା । ହେଲେ ଫରେନସିକ୍ ଟିମ୍ ଆସିବ କହି ପୋଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇନି । ଇତିମଧ୍ୟରେ ସମ୍ପୃକ୍ତ ମହିଳାଙ୍କ ଶବ ପଡି ରହି ପଚୁଥିବା ବେଳେ ଗ୍ରାମରେ ଏନେଇ ତୀବ୍ର ଉତେଜନା ପ୍ରକାଶ ପାଇଛି ।