
ଗଞ୍ଜାମ, ନକଲି ମଦ କାରବାର ମାମଲାରେ ଜଣେ ହୋମିଓପ୍ୟାଥି ଡ଼ାକ୍ତରଙ୍କୁ ପୋଲିସ ଗିରଫ କରିଛି । ଗତ ଜାନୁଆରୀ ୭ ତାରିଖରେ ବୈଦ୍ୟନାଥପୁର ଥାନା ଅଂଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା । ତେବେ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଡ଼ାକ୍ତର ହରିଶ୍ଚନ୍ଦ୍ର ସାହୁ ଫେରାର୍ ହୋଇଯାଇଥିଲେ । ବର୍ତମାନ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେ ପ୍ରେମନଗର ଡ଼ାକ୍ତର ଗୋପାଳ ଓ ସିଟି ହାଇସ୍କୁଲ ରୋଡ଼ରୁ ଡା, ପ୍ରଦୀପ କୁମାର ପାତ୍ରଙ୍କ ଠାରୁ ସ୍ପିରିଟ୍ କିଣି ଏହି ନକଲି ମଦ ପ୍ରସ୍ତୁତ କରୁଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି ।