
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଆଜି ମଧ୍ୟ ରାତ୍ରରେ ଶୁଭ ଖୁଂଟି ସ୍ଥାପନ ହେବ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ୭ ଦିନ ଯାତ୍ରା ପାଇଁ ଅନୁମତି ମିଳିଛି । କୋଭିଡ଼୍ କଟକଣାକୁ ଅନୁପାଳନ କରି ମାତ୍ର ୭ ଦିନ ଯାତ୍ରା ଅନୁଷ୍ଠିତ ହେବ । ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତି ସମୟରେ ଯାତ୍ରା ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କହିଛନ୍ତି ।