
ପୁରୀ,ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଆଜି ସକାଳେ ଦର୍ଶନ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ l ତାଙ୍କ ସହ ପରିବାର ସଦସ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଶୀଲାଲ ପ୍ରମୁଖ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ l ରତ୍ନସିଂହାସନ ତଳେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବ ବିହ୍ୱୋଳ ହୋଇପଡିଥିଲେ ରାଷ୍ଟ୍ରପତି l ପରେ ମା ବିମଳା, ମା ଲଷ୍ମୀଙ୍କୁ ଦର୍ଶନ କରି ପ୍ରଣିପାତ କରିଥିଲେ l ମହାଲକ୍ଷ୍ମୀ ମନ୍ଦିରରେ କୌଳିକ ପଣ୍ଡାଙ୍କ ସହ ମନ୍ଦିର ସମ୍ପର୍କରେ ବୁଝିଥିଲେ l ଦର୍ଶନାର୍ଥୀ ରେଜିଷ୍ଟରରେ ଦସ୍ତଖତ କରିଥିଲେ l ରେଜିଷ୍ଟରରେ ପିତା, ଜେଜେବାପାଙ୍କ ହସ୍ତାକ୍ଷର ଦେଖି ତାଙ୍କ ଆଖିରେ ଲୁହ ଆସିଯାଇଥିବା ପଣ୍ଡାଜୀ କହିଥିଲେ l ପରେ ବାନା ବନ୍ଧା ସମ୍ପର୍କରେ ବୁଝିଥିଲେ l ସିଂହଦ୍ୱାରକୁ ଆସିବା ବେଳେ ପତିତପାବନଙ୍କୁ ପ୍ରଣିପାତ ମାରିଥିଲେ l ଶ୍ରୀମନ୍ଦିର ପ୍ରଶାସନକୁ ୧ ଲକ୍ଷ ଟଙ୍କାର ଚେକ୍ ଦାନ କରିଥିଲେ l ତାଳବଣିଆ ହେଲିପ୍ୟାଡରୁ କୋଣାର୍କ ଯାଇଥିଲେ l