
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବାଲ୍ୟବିବାହ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଶିଶୁ ସୁରକ୍ଷା, ଶିଶୁ କଲ୍ୟାଣ ଭଳି ସଂସ୍ଥା ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ତଥାପି ଆଭ୍ୟନ୍ତରିଣ ଅଞ୍ଚଳରେ ବାଲ୍ୟ ବିବାହ ସମ୍ବନ୍ଧରେ ଲୋକ ସଚେତନ ନଥିବାରୁ ଏହାକୁ ରୋକା ଯାଇ ପାରୁନାହୁଁ । ଏହି ସବୁ ଅଞ୍ଚଳରେ କିପରି ବାଲ୍ୟବିବାହ ରୋକା ଯାଇପାରିବ ସେ ନେଇ ସ୍ବେଛାସେବୀ ମାନଙ୍କୁ ଦିନିକିଆ ତାଲିମ ପ୍ରଦାନ କରାଯାଇଛି । ଏଥିରେ ବାଲ୍ୟବିବାହ କରିବା ଦ୍ୱାରା ଦମ୍ପତିଙ୍କ ଭବିଷ୍ୟତ, ସ୍ୱାସ୍ଥ୍ୟ, ଜନ୍ମିତ ଶିଶୁ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା କକ୍ଷରେ ଅନୁଷ୍ଠିତ ଏହି ତାଲିମ୍ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଶିଶ ସୁରକ୍ଷା କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାଶ ଯୋଗଦେଇ ତାଲିମ୍ ଦେଇଥିଲେ । ଏଥିରେ ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ୫0 ଜଣ ସ୍ବେଚ୍ଛାସେବୀ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ ।