
-
ବିଜେଡି ବିଧାୟକ ବ୍ୟୋମକେଶ ରାୟ ଜଣେ ମାଫିଆ

ମାହାଙ୍ଗା ଡବଲ ମର୍ଡରରେ ୧୩ ନମ୍ବର ମୁଦାଲା ଖୁନୀ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବା କାମରେ ଲାଗିଛନ୍ତି । ବିଜେଡି ବିଧାୟକ ବ୍ୟୋମକେଶ ରାୟ ୨୦୧୯ ନିର୍ବାଚନ ଜିତିବା ପାଇଁ ଚାନ୍ଦବାଲି ଅଂଚଳରେ ବିଷାକ୍ତ ମଦ ବାଂଟିଥିଲେ । ଏହା ଦ୍ୱାରା ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସତ୍ୱେ ପୋଲିସ ପ୍ରଶାସନ ତାଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ । ସେ ସମୟରେ ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ରାଜ୍ୟ ମାନବଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲା । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉତୁକୁଡା ଗ୍ରାମ ପଂଚାୟତରେ ମହିଳା ମାନଙ୍କ ଉପରେ ଆକ୍ରମଣ ହେଲା । ଏହା ପଛରେ ବିଧାୟକ ବ୍ୟୋମକେଶ ରାୟଙ୍କ ସଂପୃକ୍ତି ଥିବାସତ୍ୱେ ପୋଲିସ ଶାସକ ଦଳ ଚାପରେ ଏହି ଘଟଣାର ତଦନ୍ତ କଲା ନାହିଁ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମା’ଙ୍କୁ ସମ୍ମାନର କଥା କହୁଥିବାବାଳେ ବିଜେଡି ଦଳର ବିଧାୟକ ମାନେ ମା’ ଭଉଣୀମାନଙ୍କର ଇଜ୍ଜତ ଲୁଟ୍ କରୁଛନ୍ତି ଏବଂ ଗୁଣ୍ଡା ଲଗାଇ ଆକ୍ରମଣ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ବିଜେଡି ବିଧାୟକ ବ୍ୟୋମକେଶ ରାୟ ଜଣେ ମାଫିଆ । ତାଙ୍କର ମାଫିଆମାନଙ୍କ ସହିତ ସୁସଂପର୍କ ରହିଛି । ବିଶେଷ କରି କଟକ ଅଂଚଳରେ ସେ ତାଙ୍କର ମାଫିଆ କାରବାର ଚଲାଇଥିବାର ଅଭିଯୋଗ ବିଭିନ୍ନ ସମୟରେ ଆସିଛି । ବିଜୁ ଛାତ୍ର ଜନତା ଦଳର ସଭାପତି ହେବା ଦିନ ଠାରୁ ସେ ମାଫିଆ କାରବାର ଚଲାଇଛନ୍ତି । ବାଲି, ପଥର, ମଦ ମାଫିଆଙ୍କ ସହ ସଂପର୍କ ରଖି ସେ କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି । ବିଗତ ଦିନରେ ବ୍ୟୋମକେଶ ବାବୁ କାହାର ଧଳା ସ୍କୋପିଓ ଚଲାଉଥିଲେ ତାହା ସ୍ପଷ୍ଟ କରିବେ କି ? ଆଉ ଯେଉଁ ସ୍କ୍ରୋପିଓ ସେ ଚଲାଉଥିଲେ ସେ କେଉଁ ମାଫିଆଙ୍କ ସହ ତାଙ୍କର ସଂପର୍କ ଥିଲା ସେ କହିବେ କି? ଦିନେ ଗାଡି ମାଗି ଚଲାଉଥିବା ବିଧାୟକ ଏବେ କୋଟି କୋଟି ଟଙ୍କାର ମାଲିକ ହେଲେ କିପରି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ବିଗତ ଦିନରେ ବ୍ୟୋମକେଶ ରାୟ ଫ୍ୟାକ୍ଟି ଆଣ୍ଡ ବ୍ରଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ମୋତିଲାଲ ଗୌଡ ସହ ମିଶି ରାଜ୍ୟ ରାଜକୋଷରେ ଚୂନ ଲଗାଇଥିଲେ । ବ୍ୟୋମକେଶ ରାୟ ଜଣେ ବିଧାୟକ ହିସାବରେ ତାଙ୍କ ସଂପତି ତାଲିକା ଏବଂ ରୋଜଗାରର ଉତ୍ସ ସଂପର୍କରେ ସର୍ବସାଧାରଣରେ ପ୍ରକାଶ କରନ୍ତୁ । ତାଙ୍କର ଏତେ ସଂପତି ଠୁଳ ହେଲା କିପରି? ସେ ଭଦ୍ରକ ଜିଲ୍ଲାର ଜୈନକ ବିଧାୟକଙ୍କ ଠାରୁ ଟିକେଟ ପାଇଁ କେତେ ଟଙ୍କା ନେଇଛନ୍ତି ଏବଂ ତାଙ୍କର ବ୍ୟବସାୟରେ କେତେ ଟଙ୍କା ଲଗାଇଛନ୍ତି ତାହା ତଦନ୍ତ ହେବା ଦରକାର ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ ଉପସ୍ଥିତ ଥିଲେ ।