ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆ ପଥର ଗ୍ରାମରେ ଗତକାଲି ସକାଳେ ଏକ ଡିଟୋନେଟର ବିସ୍ଫୋରଣରେ ଶେକ୍ ସଫି ନାମକ ଜଣେ ୧୪ ବର୍ଷିୟ ବାଳକ ଗୁରୁତର ଭାବେ ଆହତ ହୋଇଥିଲା । ତୁରନ୍ତ ଚିକିତ୍ସା ନିମନ୍ତେ ତାକୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଥିଲା । ଘଟଣା ସକାଳେ ଘଟିଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ବୋଲି ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ଅପରାହ୍ନ ୨ଟା ସମୟରେ ସୂଚନା ଦେଇଥିଲେ । ତେବେ ବିଳମ୍ବରେ ହେଲେ ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ ଏନେଇ ତପôରତା ପ୍ରକାଶ ପାଇଛି । ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ଶ୍ରୀ ସାହୁ ଓ ଆସିକା ବିଡ଼ିଓ ସତ୍ୟସୁନ୍ଦର ରାଉତ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିଛନ୍ତି । ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
Related Stories
November 27, 2024
November 27, 2024