
ବଣାଇ, ଜଙ୍ଗଲ ନିଆଁ ଲିଭାଇବାକୁ ଯାଉଥିବା ବେଳେ ବନ ବିଭାଗର ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ୍ ଅନ୍ତର୍ଗତ ସରସରା ଘାଟିରେ ଓଲଟି ପଡିଛି ବନ ବିଭାଗର ଏହି ବୋଲେରୋ ଗାଡ଼ିଟି । ଫଳରେ ଗାଡ଼ିରେ ଥିବା ବଣାଇ ଫରେଷ୍ଟର, ଜଣେ ଗାର୍ଡ଼ ଓ ଡ଼୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ତିନି ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ବଣାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ସରସରା ଘାଟି ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଆଜି ଏହି ଟିମ୍ ସେଠାକୁ ଯାଉଥିବା ବେଳେ ବାଟରେ ବୋଲେରୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।