ଭୁବନେଶ୍ୱର, ବର୍ତମାନ ରାଜ୍ୟରେ ନିଆଁର ସ୍ଥିତି ଆୟତାଧିନ ରହିଛି ଏବଂ ଜଙ୍ଗଲ ନିଆଁକୁ ପ୍ରଶମିତ ଓ ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ସରକାରୀ ପ୍ରଚେଷ୍ଟା ଜାରି ରହିଛି ।ସମସ୍ତ କ୍ଷେତ୍ର କର୍ମଚାରୀ, ଓଡ଼ିଆରଏଏଫ କର୍ମଚାରୀ, ପିଆରଆଇ କର୍ମଚାରୀ, ବନ ସୁରକ୍ଷା ସମିତି ଏବଂ ସ୍ଥାନୀୟ ଲୋକମାନେ ଦିନ ରାତି ସେମାନଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି ।ସ୍ୱଳ୍ପ ମାତ୍ରାରେ ବର୍ଷା ହୋଇଥିଲେ ମଧ୍ୟ, ଅତ୍ୟଧିକ ଗ୍ରୀଷ୍ମ ପାଗ ସହିତ ଅଧିକ ତାପମାତ୍ରା ଓ କମ୍ ଆଦ୍ରତା ଅନୁଭୂତ ହେଉଥିବାରୁ ନିଆଁର ବିସ୍ତାରକୁ ଏହି ପାଗ ଅନୁକୂଳ କରିଛି । ଆବଶ୍ୟକ ସ୍ଥଳେ ହଟ୍ସ୍ପଟ୍ ଏବଂ ଅଗ୍ନି ସମ୍ବେଦନଶୀଳ ଅଂଚଳରେ ଲାଗିଥିବା କ୍ରମାଗତ ନିଆଁକୁ ପ୍ରଶମନ କରିବା ପାଇଁ ପ୍ରାଥମିକତା ଭିତିରେ ପୂର୍ଣ୍ଣ ସତର୍କତାର ସହିତ କ୍ଷେତ୍ର କର୍ମଚାରୀମାନେ ସଜାଗ ଅଛନ୍ତି ।ବିଶ୍ୱ ବନ ଦିବସ ଅବସରରେ ଆଜି ଜନସାଧାରଣଙ୍କ ମଧ୍ୟରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବହୁଳ ଭାବରେ ସଚେତନତା ସୃଷ୍ଟି କରାଯାଇଛି ।ରାଜ୍ୟର ବନାଗ୍ନି ସ୍ଥିତିକୁ ଆୟତାଧିନ ରଖିବା ପାଇଁ ସରକାରଙ୍କ ବନବିଭାଗ ଦ୍ୱାରା ନିରନ୍ତର ପର୍ଯ୍ୟାଲୋଚନା ଓ ସମୀକ୍ଷା ଜାରି ରହିଛି ।