ଏଭଳି ଘଡ଼ିସନ୍ଧି ମୁହୂର୍ତରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ମାର୍ଟନଗରୀ ଭୁବନେଶ୍ୱର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍-୨ ଠାରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ବିଶ୍ୱ ଜଳ ଦିବସ ଅବସରରେ ବିହନ ପିଣ୍ଡୁଳାରେ ବଳିଷ୍ଠ ବାର୍ତା ପ୍ରଦାନ କରିଛନ୍ତି । ମାଟି, ଖତ, ମଞ୍ଜିରେ ପ୍ରସ୍ତୁତ ଏହି ପରିବେଶ ଉପଯୋଗୀ ବିହନ ପେଣ୍ଡୁ ଗୁଡ଼ିକୁ ଗଛ ରୂପରେ ସ୍ଥାନିତ କରି ଜଳସଂରକ୍ଷଣ ଦିଗରେ ଗଛର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଯାହା ସେ ଏହି ବିହନ ପିଣ୍ଡୁଳାରେ ଦର୍ଶାଇଛନ୍ତି । ନିମ୍ନଗାମୀ ଜଳକୁ ରୋକିବାରେ ହେଉ, କି ଜଳ ସଂଚୟ ହେଉ, କି ପରିବେଶ ସନ୍ତୁଳନ ଦିଗରେ ଗଛର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ବର୍ତମାନ ଏହି ସଙ୍କଟ ପରିସ୍ଥିତିରେ ବିହନ ପିଣ୍ଡୁଳାରେ ଯଥେଷ୍ଟ ଆବଶ୍ୟକତା ରହିଛି । ସ୍ୱଳ୍ପ ଖର୍ଚ୍ଚ ଓ କମ୍ ସମୟରେ ସବୁଜିମା ସୃଷ୍ଟି କରିବା ଦିଗରେ ବିହନ ପେଣ୍ଡୁ ଅର୍ଥାତ୍ (ସିଡ୍ବଲ୍) ଏକମାତ୍ର ସାହା ଯାହା ଜଳ ସଙ୍କଟକୁ ରୋକିବାରେ ବେଶ୍ ସହାୟକ ହୋଇପାରିବ ବୋଲି ଶ୍ରୀ ସାହୁ ଆଶା ପ୍ରକଟ କରିଛନ୍ତି । ଏଣୁ ପ୍ରତ୍ୟେକ ମଣିଷ ନିଜ ପାଇଁ ଓ ଭବିଷ୍ୟତର ପିଢୀ ପାଇଁ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ସଂକଳ୍ପ ନିଅନ୍ତୁ ବୋଲି ସୁଶାନ୍ତ କହିଛନ୍ତି ।
Related Stories
November 25, 2024