
କଟକ, କଟକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨୪ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ଼୍ ଟେଷ୍ଟ କରାଯିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତା କାଲି ଠାରୁ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍କ୍ରିନିଂ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଯାହାକି ସଂକ୍ରମଣ ରୋକିବା ଦିଗରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି ।