
ବାରିପଦା, ଓଡ଼ିଶାରୁ ଆଜି ଚିହ୍ନଟ ହୋଇଥିବା ୯୮ କରୋନା ପଜିଟିଭ୍ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ଏଥି ସହିତ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୩୪୦ରେ ପହଁଚିଛି । ସେହିପରି ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୧୮୦ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୬୮ ଜଣ ସକ୍ରିୟ ଥାଇ ପିଆରଏମ ମେଡ଼ିକାଲର ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ଼ ଓ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି ଏବଂ ଜିଲ୍ଲାରୁ କରୋନା ଭୂତାଣୁ ସଂକ୍ରମିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୋଟ୍ ୯୨ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।