ନୂଆଦିଲ୍ଲୀ,ରତ୍ନଗିରୀ ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣ ଘଟିବା ଯୋଗୁଁ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ରତ୍ନଗିରୀ ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣ ଘଟିବା ଦ୍ଵାରା ଲୋକଙ୍କ ଜୀବନ ହାନି ହୋଇଥିବା ଖବରରେ ମୁଁ ମର୍ମାହତ । ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।