ବିଗତ ମାର୍ଚ୍ଚ ୮ ତାରିଖରେ ଶ୍ରୀକ୍ଷେତ୍ରସ୍ଥ ପ୍ରସିଦ୍ଧ ବଡମଠ ନାମରେ ଖ୍ୟାତ ଦକ୍ଷିଣ ପାର୍ଶ୍ଵ ମଠର ଏଚ. ଟି ଏବଂ ମହନ୍ତ ଶ୍ରୀ ଶ୍ରୀନିବାସ ରାମାନୁଜଦାସଙ୍କ ୯୧ ବର୍ଷ ବୟସରେ ବୈକୁଣ୍ଠ ବାସ ହେବାପରେ ତାଙ୍କର ଚରମ ପତ୍ର ଗ୍ରହୀଣ ଉତ୍ତରାଧିକାରୀ ମହନ୍ତ ରୂପେ ଶ୍ରୀଅୱଧେଶ ରାମାନୁଜ ଦାସଙ୍କୁ ତା- ୨୦/୦୩/୨୦୨୧ ଶନିବାର ଦିନ ନୂତନ ମହନ୍ତ ରୂପେ ଅଭିଷିକ୍ତ କରାଯାଇଥିଲା |ଉକ୍ତ ମଠଟି ଆଚାରୀ ଶ୍ରୀବୈଷ୍ଣବ ସମ୍ପ୍ରଦାୟର ତୋତାଦ୍ରୀ ଗାଦି ସମ୍ବନ୍ଧିତ ଧର୍ମାନୁଷ୍ଠାନ |ଶ୍ରୀମନ୍ଦିର ସହିତ ମଠର ସେବା ସମ୍ପର୍କ ରୂପେ ଚାମର ଆଲଟ ବ୍ୟତୀତ ସ୍ୱତନ୍ତ୍ର ସେବା ଯଥା :-ମହାଦେଇ ସେବା, ମକର ଚୁଳ, ଶଙ୍ଖ ଚକ୍ର ବେଶ, କର ପଲ୍ଲଵ, ସମ୍ପୂର୍ଣ୍ଣ ପଂକ୍ତି ଭୋଗ ଆଦି ରହିଛି |ଉପସ୍ଥିତ ସମସ୍ତ ମଠଧିକାରୀ ଙ୍କର ଚାଦର ପ୍ରଦାନ ଉପରାନ୍ତେ ନୂତନ ମହନ୍ତ ମହାରାଜ ଶ୍ରୀମନ୍ଦିର ରେ ଶ୍ରୀଜଗନ୍ନାଥ ଙ୍କର ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କରିବା ପାଇଁ ପାରମ୍ପରିକ ସେବାୟତ ଓ ମହନ୍ତ ଙ୍କ ଗହଣରେ ପ୍ରସ୍ଥାନ କଲେ |ମନ୍ଦିର ରୁ ବାହାରି ପାରମ୍ପରିକ ମେହେନା ପାଲିଙ୍କି ରେ ଉପବେଶନ ପୂର୍ବକ ଶୋଭାଯାତ୍ରା ରେ ଶ୍ରୀମନ୍ଦିର ପରିକ୍ରମା କରି ନିଜ ମଠକୁ ପ୍ରତ୍ୟାବର୍ତନ କଲେ |ଗାଦିନାସୀନ ସମାରୋହରେ ଉପସ୍ଥିତ ପ୍ରମୁଖ ମଠର ମହନ୍ତ ମାନେ ହେଲେ ଉତ୍ତରପାର୍ଶ୍ୱ ମଠ, କଟକୀ ମଠ, ତ୍ରିମାଳୀ, ସାନଛତା, ବଡଆଖଡ଼ା, ଏମାର, ରାଧା ବଲ୍ଲଭ, ଜୀୟର ସ୍ୱାମୀ, ସିଦ୍ଧ,ସମାଧି, ବଳରାମ କୋଟ, ରାଧାକାନ୍ତ, ରାଧାଶ୍ୟାମ, ମଙ୍ଗୁ, ପାପୁଡିଆ,ନେବଳ ଦାସ, ବଡ ଓଡ଼ିଆ, ପଣ୍ଡିତ, ହାତୀ ଆଖଡ଼ା ମଠ ଆଦି
Related Stories
November 24, 2024
November 24, 2024