
ଭୁବନେଶ୍ୱର , ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପି ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଦଳୀୟ କାର୍ଯ୍ୟାଳୟରୁ ପଦଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇ ଲୋୟର ପିଏମଜିରେ ପହଂଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଆଡକୁ ଯିବା ବେଳେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ । ଫଳରେ କର୍ମୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀମାନଙ୍କୁ ସେଠାରୁ ଉଠାଇ ନେଇ ଅଟକ ରଖିଛି ।
ଗତ ୧୭ ତାରିଖରେ ମାହାଙ୍ଗାରୁ ବାହାରିଥିବା ଏହି ପଦଯାତ୍ରା ଗତକାଲି ଭୁବନେଶ୍ୱରେ ପହଂଚିଥିଲା ।