-
ରାବଣ ଓ କଂସ ଶାସନର ଅବସାନ ହୋଇଥିଲା , ସରକାର ଭୁଲନ୍ତୁନି : ପ୍ରଦୀପ୍ତ ନାଏକ
ଭୁବନେଶ୍ୱର ,ଶୂନ୍ୟକାଳରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଜୟନାରାୟଣ ମିଶ୍ରଙ୍କ ଗରିଫ ଦାବୀ ପ୍ରସଙ୍ଗ ଉଠାଇ କହିଲେ ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ବିରୋଧୀଙ୍କ ଆଉ ଗୋଟିଏ । ମାହାଙ୍ଗା ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ହୋଇଥିଲେ ସୁଦ୍ଧା ସରକାର ତାଙ୍କୁ ଗିରଫ କରୁ ନାହାନ୍ତି । ରାବଣ ଓ କଂସ ଭଳି ଶାସନର ବି ଅବସାନ ହୋଇଥିଲା ତେଣୁ ଏ ସରକାର ସେ କଥା ଭୁଲିବା କଥା ନୁହେଁ । ମନ୍ତ୍ରୀଙ୍କ ନାଁ ଏତଲାରେ ୧୩ ନମ୍ବର ଅଭିଯୁକ୍ତ ଅଛି ତାଙ୍କୁ ସରକାର ସୁରକ୍ଷା ଦେଉଛନ୍ତି । ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତକୁ ବି ରାସ୍ତାରୁ ହଟାଇଦେଲେ । ତାହା ପ୍ରମାଣ ହେବା ଦରକାର । ସାଧାରଣ ଲୋକ ଭୟଭିତ । ବାଚସ୍ପତି ଏହା ଉପରେ ଧ୍ୟାନ ଦିଅନ୍ତୁ ବିରୋଧୀ ଦଳ ନେତା କହିଥିଲେ ।କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ମାହାଙ୍ଗା ମର୍ଡର ପ୍ରସଙ୍ଗକୁ ଶୁନ୍ୟ କାଳରେ ଉଠାଇଥିଲେ । ସେ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିଗିଡି ଯାଇଛି । ଘଟଣାରେ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ନା ଏତାଲା ରେ ରହିଛି । ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସୁଛି । ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭା ଶୂନ୍ୟକାଳରେ ବିଜେପି ଓ ବିଜେଡ଼ି ମୁହାଁମୁହିଁ ହୋଇଥିଲେ । ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ କାଉଂଟର କରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଲେ ଯିଏ ୨୨ ଦିନ ଜେଲରେ ରହିଛି । ଯାହା ନାଁରେ ଅନେକ ମାମଲା ଅଛି ତାଙ୍କ ବିଷୟରେ ଗୃହରେ କାହିଁକି ଆଲୋଚନା ହେଉଛି । ପବିତ୍ର ଗୃହରେ ଅପବିତ୍ର ଲୋକଙ୍କ କଥା ନ ଉଠାଯାଉ । ୧୯୯୭ ମସିହାରେ ବିପିଏଲ ରେ ଥିବା ଲୋକ କେମିତି କୋଟିପତି ହେଲା । ତାଙ୍କୁ ତୁରନ୍ତ ଗିରଫ କରାଯାଉ ।
ସେପଟେ ମୋହନ ମାଝୀ କହିଲେ ଯଦି ସାରଦା ନାୟକଙ୍କ ନାମରେ ଅଭିଯୋଗ ଅଛି ତେବେ ତାଙ୍କୁ ସରକାର କାହିଁକି ଗିରଫ କରୁନାହାନ୍ତି । ଆଇନ ତା ବାଟରେ ଯାଉ । ମନ୍ତ୍ରୀ ପ୍ରତାପ ଜେନା ହୁଅନ୍ତୁ କି ସାରଦା ପ୍ରଧାନ କେହି ଆଇନରୁ ଉର୍ଦ୍ଧ୍ୱରେ ନୁହଁନ୍ତି ।