
ଭୁବନେଶ୍ୱର , ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୋରନା ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଉଭୟ ଘରୋଇ ଓ ସରକାରୀ ହଷ୍ଟେଲ ପାଇଁ ଲାଗୁ ହେଉଛି । ସରକାରୀ ହଷ୍ଟେଲ ସ୍କୁଲ ଓ କଲେଜର ହଷ୍ଟେଲରେ କୋରନା ସଂକ୍ରମଣ ସାମ୍ନାକୁ ଆସିନାହିଁ ବୋଲି କଟକର ଏକ ଘରୋଇ କଲେଜ ହଷ୍ଟେଲରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ ଗାଇଡ଼ ଲାଇନକୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ଆମେ ନିର୍ଦେଶ ଦେଇଛୁ । ଘରୋଇ ହଷ୍ଟେଲ ମାନଙ୍କରେ କିଛି ସ୍ଥାନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାକୁ ବନ୍ଦ କରାଯାଇଛି । ଯେଉଁ ଘରୋଇ ହଷ୍ଟେଲରେ ସଂକ୍ରମଣ ଦେଖାଯାଉଛି ସେଠି ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଛି ।