
ଭୁବନେଶ୍ୱର , ଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରାଯାଉଛି ବୋଲି ଶନିବାର ଦିନ ବିଧାନସଭାର ଶୂନ୍ୟକାଳରେ ଶାସକ ଦଳ ବିଧାୟକ ପ୍ରତାପ ଦେବ କହିଛନ୍ତି । ବିଜେପି ଏହାକୁ ନେଇ ପ୍ରହେଳିକା ସୃଷ୍ଟି କରୁଛି । କେନ୍ଦ୍ର ସରକାର ଆଇନ କରିଛନ୍ତି ସରକାର ଏହା କରିପାରିବେ । ବାଚସ୍ପତି ରୁଲିଂ ଦିଅନ୍ତୁ ସରକାର ଏନେଇ ଆକ୍ସନ ନିଅନ୍ତୁ ବୋଲି ସେ ଦାବି କରିଥିଲେ ।