ଶିବରାମ ଚୌଧୁରୀ, ବେଲଗୁଣ୍ଠା
ବେଲଗୁଣ୍ଠା ସହରରେ ଗତ କିଛି ଦିନ ହେବ ୧୩ ଟି ସିସିଟିଭି କ୍ୟାମେରା ପ୍ରଶାସନ ଦ୍ୱାରା ଲଗାଯାଇଛି ।ଯାହାଦ୍ୱାରା କି ଲୋକ ସଚେତନ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ଲକ୍ଷ୍ୟ ରଖାଯାଇପାରିବ ।ସହରଗୁଡିକରେ ସ୍ୱଚ୍ଛତା କୁ ବ୍ୟାପକ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବାରମ୍ବାର ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଛି ।କିନ୍ତୁ କିଛି ଅମାନିଆ ଏହାକୁ ଖାତିର ନ କରି ମୁଖ୍ୟ ରାସ୍ତା ଗୁଡିକରେ ଅଳିଆ ଆବର୍ଜନା ପକାଇ ପରିବେଶ ଦୂଷିତ କରୁଛନ୍ତି ।ବେଲଗୁଣ୍ଠା ଏନ୍.ଏ .ସି ତରଫରୁ ଅଳିଆଆବର୍ଜନା ପକାଇବା ପାଇଁ ପ୍ରତିଦିନ ଗାଡି ବୁଲୁଥିବା ବେଳେ କିଛି ଲୋକ ରାସ୍ତାରେ ଅଳିଆ ଫୋପାଡୁଥିବା ନଜରକୁ ଆସିଛି ।ଆଜି ବେଲଗୁଣ୍ଠା ହାଟପଦାରେ ୪ଜଣ ଅଳିଆ ଫୋପାଡ଼ି ସିସିଟିଭି ଦ୍ୱାରା ଚିହ୍ନଟ ହୋଇ ପ୍ରଶାସନ ତରଫରୁ ଜଣକ ପିଛା ୩୦୦ଲେଖାଏଁ ଜୋରିମନା ଅଦାୟ କରି ତାଗିଦ୍ କରାଯାଇଥିବା ଜଣାପଡିଛି ।ଆଗାମୀ ଦିନରେ ଏମିତି ଅଳିଆ ଆବର୍ଜନା ରାସ୍ତାରେ ପକାଇଲେ ଦୁଇଗୁଣ ଜୋରିମନା ଆଦାୟ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।ପ୍ରଶାସନ ତରଫରୁ ବାରମ୍ବାର ଡାକବାଜି ଯନ୍ତ୍ର ଦ୍ୱାରା।ବେଲଗୁଣ୍ଠା ସହରବାସୀଙ୍କୁ ସଚେତନ କରାଯାଉଛି ।ତେଣୁ ପ୍ରତ୍ୟେକ ସହରବାସୀ ଏହାକୁ ଧ୍ୟାନ ଦେଇ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ବେଲଗୁଣ୍ଠା ଏନ୍.ଏ.ସି ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ସହରବାସୀଙ୍କୁ ଅପିଲ କରିଛନ୍ତି ।