ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ସୀମାନ୍ତ ମୋଟୁ ଠାରେ ରହିଥିବା ଚେକ୍ ଗେଟ ଠାରେ ମୋଟୁ ପୋଲିସ ଯାନବାହାନ ଯାଞ୍ଚ କରୁଥିବା ବେଳେ ଏପି 39ସିଡ଼ି-8716 ନମ୍ବରର ଏକ ଧଳା ରଙ୍ଗର କାର ଟିକୁ ଯାଞ୍ଚ କରିବା ସମୟରେ ଘଟଣାସ୍ଥଳରୁ ୩୯ କେଜି ୫00 ଗ୍ରାମ ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ପୋଲିସର ସୂଚନା ଅନୁଯାୟୀ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ୨0 ହଜାର ହେବ ବୋଲି ଜଣାପଡିଛି । ସମ୍ପୃକ୍ତ ବ୍ୟକ୍ତି ୩ ଜଣ ହେଉଛନ୍ତି ଏମପିଭି- ୬୫ ଗ୍ରାମର ନିରଞ୍ଜନ ବରାଳ, ଶ୍ୟାମଳ ସରକାର ଓ ଅନ୍ୟ ଜଣେ ଆବିଦ ମଲ୍ଲିକ ଗାଜିଆବାଦ ଅଞ୍ଚଳର ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇ ଏମପିଭି-୬୫ ଗ୍ରାମ ଠାରୁ ଦିଲ୍ଲୀ ଅଞ୍ଚଳକୁ ଚାଲାଣ ହେଉଥିବାର ପୋଲିସ ଦ୍ଵାରା ଜଣାପଡ଼ିଛି । ତେବେ ତିନି ଜଣଙ୍କ ଆସାମୀ ସହ ଗୋଟିଏ କାର୍, ଦୁଇଟି ମୋବାଇଲ ଫୋନ ଏବଂ ଏକ ହଜାର ନଗଦ ଟଙ୍କା ଜବତ ସହିତ କେସ ନମ୍ବର ଅଣ୍ଡର ସେକ୍ସନ 20 (b) (ii) C/25(A) NDPS act ରେ କେସ ରୁଜୁ କରାଯାଇ ତିନି ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି |ତେବେ ଘଟଣାରେ ଆଉ କାହାରି ସମ୍ପୃକ୍ତ ରହିଛି ଏନେଇ ଆହୁରି ଅଧିକ ତଦନ୍ତ ଚାଲୁଥିବା ମୋଟୁ ଥାନା ଆଇଆଇସି ସୁକାନ୍ତ କୁମାର ସାହୁ କହିଛନ୍ତି ।