

ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହାକୁମା ତହସିଲ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ମାଲକାନଗିରି ତହସିଲଦାର ଡ଼ଃ. ଗୁଣନିଧି ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଦାୟିତ୍ୱରେ ଥିବା ସ୍ନିଗ୍ଧା ଚୌଧୁରୀ ପୋଲିସ ପ୍ରଶାସନ ପକ୍ଷରୁ ଏସଡିପିଓ ଅଂଶୁମାନ ଦ୍ବିବେଦୀ, ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ ଉପସ୍ଥିତ ରହି ଆଗାମୀ ଦିନରେ ହେବାକୁ ଥିବା ବଡ଼ଯାତ୍ରା କିପରି ସୁରୁଖୁରୁରେ ପାଳିତ ହେବ ଏବଂ ଏହି ବଡ଼ଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନକୁ ସବୁ ସମୟରେ ଜିଲ୍ଲାବାସୀ ଓ ଗଣମାଧ୍ୟମ ପକ୍ଷରୁ ସହଯୋଗ କରିବା ପାଇଁ ସୂଚନା ଦେଇଥିଲେ । ପ୍ରଶାସନ ପକ୍ଷରୁ ବଳିପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ଓ ସହରରେ ମଦ ଦୋକାନ ବନ୍ଦ କରିବାକୁ ମଧ୍ୟ ସୂଚନା ଦେଇଥିଲେ। ପୋଲୁରୁ ଠାରେ କିପରି ବ୍ୟାରିଗେଟ କରାଯିବ । ଭକ୍ତମାନେ ସୁବିଧାରେ ନଦୀପାର ହେବେ ସେହି ବ୍ୟବସ୍ଥା କରାଯାଇଥିବା ସୂଚନା ଦେବା ସହ ସହରରେ କିପରି ଭିଡ଼ ନହେବ ଏବଂ ସମସ୍ତେ କୋଭିଡ୍ ନିୟମ ପାଳନ କରିବେ ମାସ୍କ ବ୍ୟବହାର କରିବେ ସାମାଜିକ ଦୂରତା ମାନିବେ ତାହା ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଥିଲେ।