

Related Stories
October 21, 2025
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ପିତ୍ତଳ ବାଳିକା ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ କଟକଣା ମଧ୍ୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ମୂଖ୍ୟ ଅତିଥି ରୂପେ ଓ ସମ୍ମାନୀତ ଅତିଥିରୂପେ ସରପଞ୍ଚ ଦାୟିତ୍ୱରେ ଥିବା ନାରାୟଣ ନାୟକ, ସିଆରସିସି ରବିନ୍ଦ୍ର ସ୍ୱାଇଁ, ତହଁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପଣ୍ଡା, ପୂର୍ବତନ ସିଆରସିସି ଅରୁଣ ସ୍ବାଇଁ, ଅଂଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ଯୋଗଦେଇ ବିଦ୍ୟାଳୟର ୧୧୮ ଜଣ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଯୋତା ମୋଜା ବଣ୍ଟନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମହରି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ସୁନୀତି ଦାଶ, ସହକାରୀ ଶିକ୍ଷୟତ୍ରୀ ଏନ. ରେଖା, ସହକାରୀ ଶିକ୍ଷକ ଟି. କୃଷ୍ଣାଙ୍କ ସମେତ ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ଉତ୍ସବରେ ଯୋଗ ଦେଇଥିଲେ ।