ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ମଧ୍ୟ ରାତ୍ରରେ ପରମ୍ପରା ଅନୁଯାୟୀ ରୀତିନୀତି ମୁତାବକ ଶୁଭଖୁଂଟି ସ୍ଥାପନ କରାଯିବ । ପ୍ରଥମେ ବୁଢ଼ୀ ଠାକୁରାଣୀଙ୍କ ନିକଟରେ ଶୁଭ ଖୁଂଟି ପୂଜା କରାଯାଇ ଏହାକୁ ଏକ ବିରାଟ ପଟୁଆରରେ ଆଣି ଦେଶି ବେହେରାଙ୍କ ଘର ସମ୍ମୁଖରେ ସ୍ଥାପନ କରାଯିବ । ରାତି ପ୍ରାୟ ୧୨ ଟାରୁ ୩ ଟା ମଧ୍ୟରେ ଏସସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବ । ଏହା ପରେ ସିଦ୍ଧାନ୍ତୀ (ଜ୍ୟୋତିଷ) ଙ୍କ ଗଣନା ଅନୁସାରେ ଯାତ୍ରା ଓ ସମୟ ଦିନ ଧାର୍ଯ୍ୟ କରାଯିବ ବୋଲି ସଭାରେ ନିଷ୍ପତି କରାଯିବ । ସଭାରେ ନିଷ୍ପତି ପ୍ରକାରେ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯିବ, ଏହି ସୂଚନା ଦେଇଛନ୍ତି ବୁଢ଼ୀ ଠାକୁରାଣୀଙ୍କ ପିତା ତଥା ଦେଶି ବେହେରା ପି. ଦୂର୍ଗା ପ୍ରସାଦ । ଅନ୍ୟପକ୍ଷରେ ଶୁଭ ଖୁଂଟି ସ୍ଥାପନ ପରେ ପ୍ରଶାସନର ଅନୁମତି କ୍ରମେ ଚଳିତ ବର୍ଷ ମାତ୍ର ୭ ଦିନ ପାଇଁ ଏହି ଯାତ୍ରା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଯାତ୍ରାରେ ଜନଗହଳି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।