-
କଂଗ୍ରେସ କର୍ମୀ -ପୋଲିସ୍ ଧସ୍ତାଧସ୍ତି

ଭୁବନେଶ୍ୱର, ମାହାଙ୍ଗାର ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରିଛି ଯୁବ କଂଗ୍ରେସ । ମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ବାଇକ୍ ରାଲିରେ ଯାଉଥିବା ଶିଶୁଭବନ ଛକରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କର୍ମୀଙ୍କୁ ପୋଲିସ୍ ଅଟକାଇଥିଲା । ଘଳରେ କଂଗ୍ରେସ କର୍ମୀ ଓ ପୋଲିସ୍ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍ ରାଲିରେ ଯାଉଥିବା ଯୁବ କଂଗ୍ରେସ କର୍ମୀଙ୍କୁ ସେଠାରୁ ଉଠଇ ନେଇ ଅଟକ ରଖିଛି । ସୂଚନା ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କ ନେତୃତ୍ୱରେ ମାହାଙ୍ଗା ଡବଲ ମର୍ଡର ଘଟଣାର ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ଦୋଷାରୋପ କରାଯାଇ ତାଙ୍କର ବହିଷ୍କାର ଓ ଗିରଫ ଦାବିରେ କଂଗ୍ରେସ ଭବନ ଠାରୁ ଏକ ବିଶାଳ ମୋଟର ସାଇକେଲ ବିକ୍ଷୋଭ ଶୋଭାଯାତ୍ରା ବାହାରି ମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଘେରାଉ ପାଇଁ ଅଗ୍ରସର ହେଉଥିଲା ବେଳେ ପୋଲିସ ସେମାନଙ୍କୁ ଶିଶୁଭବନ ଛକ ଠାରେ ଅଟକାଇ ଗିରଫ କରିଥିଲା । ଶିଶୁଭବନ ଛକ ଠାରେ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଥିଲେ ଯେ ମାହାଙ୍ଗା ଡବଲ ମର୍ଡର କେସ୍ର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଂଟ ଘୋଡାଉଛନ୍ତି । ମାହାଙ୍ଗା ବ୍ଲକର ପୂର୍ବତନ ଚେୟାରମ୍ୟାନ କୁଳମଣି ବରାଳ ଏବଂ ତାଙ୍କର ସାଥି ଦିବ୍ୟସିଂ ବରାଳଙ୍କ ହତ୍ୟାର ମୁଖ୍ୟ ଆସାମୀ ପ୍ରଫୁଲ୍ଲ ବିଶ୍ୱାଳ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଥିଲେ । ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ପର୍ଦ୍ଦାଫାଶ ଯୋଗୁ ମନ୍ତ୍ରୀ ପରୋକ୍ଷରେ ଏହି ହତ୍ୟାକାଣ୍ଡ କରେଇଲେ । ଜାନୁଆରୀ ୨ ତାରିଖରେ ହତ୍ୟାକାଣ୍ଡ ହୋଇଥିଲେ ବି ଏ ପର୍ଯ୍ୟନ୍ତ ପୋଲିସ ବାସ୍ତବ ସତ୍ୟକୁ ପ୍ରକାଶ କରୁନାହାନ୍ତି । ଅପରାଧିଙ୍କୁ ଘଂଟ ଘୋଡାଉଛନ୍ତି । ଅପରାଧର ପ୍ରମାଣ ନଷ୍ଟ ପାଇଁ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅପରାଧି ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ଟାଙ୍ଗୀ ଠାରେ ଗାଡି ମଡେଇ ହତ୍ୟା କରିଛନ୍ତି । ପ୍ରତାପ ଜେନା ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ନବୀନ ସରକାରର ରାବଣ ରାଜରେ ରାଜ୍ୟବାସୀ ଅତିଷ୍ଠ ହୋଇପଡିଲେଣି ।ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ରାଜୀବ ପଟ୍ଟନାୟକ କହିଥିଲେ ଯେ ମାହାଙ୍ଗାରେ ଦୁର୍ନୀତି ବିରୋଧରେ ଯିଏ ସ୍ୱର ଉତୋଳନ କରିବ ତାକୁ ମନ୍ତ୍ରୀ ପ୍ରତାପ ଜେନା ମୃତ୍ୟଦଣ୍ଡ ଦିଅନ୍ତି ବୋଲି ଅଭିଯୋଗ ହେଉଛି । ମନ୍ତ୍ରୀ ପ୍ରତାପ ଜେନା କାଲି ପାପ ଧୋଇବା ପ୍ରସଙ୍ଗରେ ଯେଉଁ ଉକ୍ତି ଦେଇଛନ୍ତି ସେ ପ୍ରଥମେ ନିଜ ପାପ ଧୁଅନ୍ତୁ । ଏଣୁ ଏ ସମଗ୍ର ତିନିଟି ହତ୍ୟା ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ହେଲେ ପ୍ରତାପ ଜେନା । ଆମେ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛୁ ।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ, ସାଧାରଣ ସଂପାଦକ ଗୋପନ ମାର୍ଥା, ସ୍ୱାଗତ କର, ବାଦଲ ମହାନ୍ତି, ଲିଙ୍ଗରାଜ ସାହୁ, ସଂକୁନା କହଁର, ବଟକୃଷ୍ଣ ରାଉତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।