ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଆର୍ଯ୍ୟପଲ୍ଲୀ ପଚାଂୟତର ସରପଚଂ ଏମ.ଲକ୍ଷ୍ମୀଙ୍କ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି ଛତ୍ରପୁର ସିଭିଲ୍ ଜୁନିଅର୍ ଡିଭିଜନ ଜଜ୍ ସନ୍ତୋଷ କୁମାର ପାଣିଗ୍ରାହୀ । ପାଠ ପଢି ନଥିବା ଓ ଜାଲ୍ ପଛୁଆ ବର୍ଗ ପ୍ରମାଣ ପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ପ୍ରତିପକ୍ଷ ପି. ଦମୟନ୍ତୀ ଏନେଇ ୨୦୧୭ ମସିହା ମାର୍ଚ୍ଚ ୧ ତାରିଖରେ ଛତ୍ରପୁର କୋର୍ଟରେ ମୋକଦ୍ଦମା ରୁଜ୍ଜୁ କରିଥିଲେ । ମାନ୍ୟବର ଜଜ୍ ସାକ୍ଷ୍ୟ ପ୍ରମାଣକୁ ଭିତି କରି ଏମ.ଲକ୍ଷ୍ମୀଙ୍କ ସରପଚଂ ପଦ ରଦ୍ଦ କରିଛନ୍ତି ।