
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆସନ୍ତା କାଲି ମଧ୍ୟ ରାତ୍ରରେ ଏଥିପାଇଁ ବୁଢ଼ୀ ଠାକୁରାଣୀଙ୍କ ନିକଟରେ ଶୁଭ ଖୁଂଟି ପୂଜା କରାଯାଇ ଏହାକୁ ଏକ ବିରାଟ ପଟୁଆରରେ ଆଣି ଦେଶି ବେହେରାଙ୍କ ଘର ସମ୍ମୁଖରେ ସ୍ଥାପନ କରାଯିବ । ଶୁଭ ଖୁଂଟି ସ୍ଥାପନ ପରେ ପ୍ରଶାସନର ଅନୁମତି କ୍ରମେ ଚଳିତ ବର୍ଷ ମାତ୍ର ୭ ଦିନ ପାଇଁ ଏହି ଯାତ୍ରା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଯାତ୍ରାରେ ଜନଗହଳି ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରତି ଦୁଇ ବର୍ଷରେ ଥରେ ବ୍ରହ୍ମପୁର ସହରରେ ବୁଢ଼ୀ ଠାକୁରାଣୀଙ୍କ ଘଟ ଯାତ୍ରା ମାସ ବ୍ୟାପୀ ଅନୁଷ୍ଠିତ ହୋଇଥାଏ । ହେଲେ ଚଳିତ କରୋନା ସଂକ୍ରମଣକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାତ୍ର ୭ ଦିନ ନିମନ୍ତେ ଯାତ୍ରା ଅନୁଷ୍ଠିତ ହେବା ନେଇ ଅନୁମତି ମିଳିଛି ।