
ଗଞ୍ଜାମ,ଗଞ୍ଜାମ ଜିଲ୍ଲାରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ବେଳେ ଆଜି ସକାଳେ ଦୁଇଟି ଟ୍ରକ୍ କୁ ପୋଲିସ ଜବତ କରିଛି । ଏହି ବାଲି ଟ୍ରକ୍ ଦୁଇଟି ଆନ୍ଧ୍ର ଯାଉଥିବା ବେଳେ ଛତ୍ରପୁର ପୋଲିସ ଅଗସ୍ତି ନୂଆଗାଁ ନିକଟରୁ ଏହି ବାଲି ଟ୍ରକ୍ ଦୁଇଟିକୁ ଜବତ କରିଛି । ଏହା ସହ ଘଟଣାରେ ଦୁଇ ଟ୍ରକର ଡ଼୍ରାଇଭରଙ୍କୁ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।