

Related Stories
October 21, 2025
ପୁରୀ,ଶ୍ରୀମନ୍ଦିର ସେବାୟତଙ୍କ ପାଇଁ କୋଭିଡ-୧୯ ଟିକାକରଣର ଶୁଭାରମ୍ଭ ନିମନ୍ତେ ଆୟୋଜିତ ଶିବିରକୁ ଆନୁଷ୍ଠାନିକ ଭାବେ ପୁରୀ ଜିଲ୍ଲାପାଳ ସାର୍ଥକ ବର୍ମା ଉଦଘାଟନ କରିଥିଲେ l ଏହି ଉଦ୍ଘାଟନୀ ସମାରୋହରେ ସି.ଡି. ଏମ.ଓ /ପି.ଏଚ.ଓ, ଡକ୍ଟର. ସୁଜାତା ମିଶ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପ୍ରସାଶକ ନୀତି ଜିତେନ୍ଦ୍ର କୁମାର ସାହୁ, ସ୍ୱତନ୍ତ୍ର ପଦାଧିକାରୀ, ଶୁଭ୍ରାଂଶୁ ଶେଖର ପଢି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି ଏବଂ ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ମହାପାତ୍ରଙ୍କ ସମେତ ସମସ୍ତ ନିଯୋଗର କର୍ମକର୍ତ୍ତା ଏବଂ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଆଜି ମୋଟ୍ ୭୧ ଜଣ ସେବାୟତଙ୍କୁ କୋଭିଡ- ୧୯ ଟିକାକରଣ କରାଯାଇଛି l ୬୦ ବର୍ଷରୁ ଉର୍ଦ୍ଧ୍ବ ୪୭ ଜଣ ଏବଂ ୬୦ ବର୍ଷରୁ କମ୍ ୨୪ ଜଣ ଏହି ଟିକା ନେଇଛନ୍ତି । ଏହି ଶିବିରକୁ ଡକ୍ଟର.ବସନ୍ତ କୁମାର ମିଶ୍ର, ସହକାରୀ ପ୍ରୋଜେକ୍ଟ ମ୍ୟାନେଜର ଏନ.ଏଚ.ଏମ ସନ୍ତୋଷ କୁମାର ମିଶ୍ର, ଡ଼ି. ଏମ.ଆର.ସି. ଏଚ, ପ୍ରଶାନ୍ତ କୁମାର ବରାଳ, ରଣଜିତ ସ୍ୱାଇଁ, ପ୍ରୋଜେକ୍ଟ ମ୍ୟାନେଜର ଏବଂ ଭ୍ୟାକ୍ସିନେସନ ଟିମ୍ ର କଳ୍ପତରୁ ମିଶ୍ର , ଜଗନ୍ନାଥ ସାହୁ ପରିଚାଳନା କରିଥିଲେ l ମୁଖ୍ୟ ପ୍ରଶାସକ କିସନ କୁମାର ଏହି ଟିକାକରଣ ଶିବିରକୁ ପରିଦର୍ଶନରେ ଯାଇ ସମସ୍ତ ବ୍ୟବସ୍ଥାର ତଦାରଖ କରିବାସହ ଟିକା ନେଉଥିବା ସେବାୟତ ମାନଙ୍କୁ ଉତ୍ସାହିତ କରିଥିଲେ ।