
ଭୁବନେଶ୍ୱର , ମଣ୍ଡିରୁ ଧାନ ଉଠିବାକୁ ନେଇ ଦେଖାଦେଇଥିବା ସମସ୍ୟା ଏବଂ ବିଧାୟକଙ୍କ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ଗୁରୁବାର ଷଷ୍ଠ ଦିନରେ ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଛି । ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ୧୦ଟା ୩୧ ମିନିଟ୍ ରୁ ୧୨ ଟା ଓ ୧୨ ଟା ୦୨ ମିନିଟ୍ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଫଳରେ ଆଜି ହେବାକୁ ଥିବା ପ୍ରଶ୍ନୋତର , ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା କାର୍ଯ୍ୟକ୍ରମ ହୋଇପାରିନଥିଲା । ମୁଲତବୀ ହେବା ପରେ କଂଗ୍ରେସ ପକ୍ଷରୁ ଧାନ କିଣିବା ଦାବିରେ ବିଧାନସଭା ପରିସରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ତଳେ ଧାରଣା ଦିଆଯାଇଥିଲା ।