ଭୁବନେଶ୍ୱର , ଏନ.ଟି.ପି.ସି./ ତାଳଚେର ଥର୍ମାଲ ତାପଜ ବିଦ୍ୟୁତ କେନ୍ଦ୍ର ବନ୍ଦ ହେଉଥିବା ପ୍ରସଙ୍ଗରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପ୍ରତିନିଧିଦଳମାନେ ଶ୍ରମମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏହାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଆବଶ୍ୟକତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଶାନ୍ତ ସିଂହ ଆଲୋଚନାରେ କହିଛନ୍ତି ।ତାଳଚେର ଥର୍ମାଲକୁ ଅପ୍ରେଲ ୧ ତାରିଖରୁ ବନ୍ଦ କରିବାକୁ ଯାଉଥିବାରୁ ରାଜ୍ୟ ସରକାର ଏ ବାବଦରେ ତୁରନ୍ତ ହସ୍ତକ୍ଷେପ କରି ସେ ଅଂଚଳରେ ଜନସାଧାରଣ ପ୍ରଭାବିତ ସ୍ୱାର୍ଥ ତଥା କାରଖାନାରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ପ୍ରତିନିଧିଦଳ ଶ୍ରମମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଇଥିଲେ । ଏହି ପ୍ରତିନିଧିଦଳରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ଓଡ଼ିଶା ଶାଖା ସଭାପତି ତଥା ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ଏ.ଆଇ.ଟି.ୟୁ.ସି – ରାମକୃଷ୍ଣ ପଣ୍ଡା, ଏଚ.ଏମ୍.ଏସ୍ – ବିରେନ୍ଦ୍ର ପ୍ରତାପ ଦାସ, ସି.ଆଇ.ଟି.ୟୁ – ଦୁଷ୍ମନ୍ତ କୁମାର ଦାସ, ଏ.ଆଇ.ୟୁ.ଟି.ୟୁ.ସି – ପୂର୍ଣ୍ଣଚନ୍ଦ୍ର ବେହେରା, ଏ.ଆଇ.ସି.ସି.ଟି.ୟୁ – ମହେନ୍ଦ୍ର ପରିଡ଼ା, ଟି.ୟୁ,ସି.ସି – ଜ୍ୟୋତି ରଞ୍ଜନ ମହାପାତ୍ର, ସେୱା – ପରିଲତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।