ମାଲକାନଗିରି, ମାନ୍ୟବର ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତ୍ତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ସଭାପତି ତଥା ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣଚନ୍ଦ୍ର ବାକାଙ୍କ ସହ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତ୍ତନ ବିଧାୟକ ମାନସ ମାଡକାମୀଙ୍କ ସହ ମାଲକାନଗିରି ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ପ୍ରତାପ ଚନ୍ଦ୍ର ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ପ୍ରୀତପଲ ସିଂ, ଜିଲ୍ଲା ସମ୍ପାଦକ ଶଙ୍କର ଚନ୍ଦ୍ର ସାହା, ପୂର୍ବତନ ବାଲିମେଳା ନଗରପାଳ ଶୁଭେନ୍ଦୁ ପଟ୍ଟନାୟକ, ପୂର୍ବତନ ବ୍ଲକ ସଭାପତି ମାଲକାନଗିରି ସର୍ବ ବିଶୋଇ, ସାଂସଦ ପ୍ରତିନିଧି କାଲିମେଳା ବ୍ଲକ ତଥା ପୂର୍ବତନ ବ୍ଲକ ସଭାପତି ଇ. ଭେଙ୍କେତ ରାଓ, ବରିଷ୍ଠ ନେତା ମାଧବ ସାବତ, କମେଶ୍ୱର ରାଓ, ପୂର୍ବତନ ମାଲକାନଗିରି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଅଜୟ ଦାସ, ବରିଷ୍ଠ ଚାଷୀ ନେତା ପ୍ରଭାକର ରାଓ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଭୁବନେଶ୍ୱର ପହଞ୍ଚି ବରିଷ୍ଠ କର୍ମକାର୍ତ୍ତାଙ୍କ ସହ ଦଳୀୟ ଆଲୋଚନା କରିଥିଲେ । ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ଏକତ୍ରିତ ହୋଇ ଛାତ୍ର, ଯୁବ, ମହିଳା ଓ ଜିଲ୍ଲା ସଂଗଠନକୁ ମଜବୁତ କରି ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଦଳକୁ ପୁନର୍ବାର ସଫଳତାର ସହ ଜିଲ୍ଲା ପରିଷଦ, ବ୍ଲକ ଓ ପଂଚାୟତରେ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇ ମାଲକାନଗିରି ଜିଲ୍ଲାରେ ଦଳକୁ ଏକ ନମ୍ବର ଦଳ ଭାବେ ପରିଣତ କରିବା ସହ ଜିଲ୍ଲାର ୱାର୍ଡ ସ୍ତରରୁ ବରିଷ୍ଠ କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟ ଯୁବ ଛାତ୍ର ମହିଳାଙ୍କ ମଧ୍ୟରୁ ଯେପରି ପ୍ରକୃତ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟଙ୍କୁ ନେଇ ସଭ୍ୟ ସଂଗ୍ରହ ତୁରନ୍ତ କରି ରାଜ୍ୟ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ସମସ୍ତ ସଦସ୍ୟ ମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସଂଗଠନ ସମ୍ପାଦକ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପର୍ଯ୍ୟବେକ୍ଷକ ତଥା ପୂର୍ବତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓ ରାଜ୍ୟ ସାଂଗଠନିକ ସମ୍ପାଦକଙ୍କ ପ୍ରତ୍ୟେକ୍ଷ ମାର୍ଗଦର୍ଶନରେ ଓ ମାନ୍ୟବର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବାକାଙ୍କ ନେତୃତ୍ୱରେ ଜିଲ୍ଲାରେ ସଂଗଠନକୁ ମଜବୁତ କରି ଆଗାମୀ ଦିନରେ ଦଳକୁ ଏକ ନମ୍ବର ଦଳ ଭାବେ ପରିଗଣିତ କରିବା ପାଇଁ ନେତୃମଣ୍ଡଳୀଙ୍କ ଆହ୍ୱାନକୁ କର୍ମୀମାନେ ନିଜର ପ୍ରଧାନ କର୍ତବ୍ୟ ମନେକରି ଭେଦଭାବ ଭୁଲି ନିର୍ଦେଶ ମୁତାବକ କାର୍ଯ୍ୟ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ ।