
ଭୁବନେଶ୍ୱର , କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଆଉ ୩ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖାଯିବ । ବର୍ତମାନକର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଫେରନ୍ତାଙ୍କ ଉପରେ ନଜର ରହିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ ଏହିସବୁ ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି । ପୂର୍ବରୁ ୫ ଛତିଶଗଡ, ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ର ଓ ପଞ୍ଜାବ ଫେରନ୍ତାଙ୍କୁ ସ୍କାନରରେ ରଖାଯାଇଛି ।ଅପରପକ୍ଷରେ କଟକରେ ଯେଉଁ କଲେଜ ହଷ୍ଟେଲରେ କରୋନା ପଜିଟିଭ ବାହାରିଛି ସେଠି କେଂଟନମେଂଟ ହୋଇଛି । ସେମାନଙ୍କ କଂଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।