
ଭୁବନେଶ୍ୱର ,ଆସନ୍ତା ୨୦ ତାରିଖରେ ବିଧାନସଭା ଘେରିବ ବିଜେପି । ମାହାଙ୍ଗା ଡବଲ ମର୍ଡର ଘଟଣା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ବିଧାନସଭା ଘେରାଉ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ଘର ପାଇପାରିଲେ ନାହିଁ । ତାଲିକା ଅନୁଯାୟୀ ଘର ନଦେବାକୁ ରାଜ୍ୟ ସରକାର ଷଡଯନ୍ତ୍ର କରୁଛନ୍ତି । ସେହିପରି ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ରାଜ୍ୟ ସରକାର ଅଭିଯୁକ୍ତକୁ ସୁରକ୍ଷା ଯୋଗାଉଛନ୍ତି । ହତ୍ୟାଣ୍ଡରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି । ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସେ କହିଛନ୍ତି ।